ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି

ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପାଇଁ ପୋଲିସ ପ୍ରଶାସନର…..

ପୁରୀ: ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ପାଇଁ ପୋଲିସ ପ୍ରଶାସନର ପ୍ରସ୍ତୁତି। ଚନ୍ଦନ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଏଥିଲାଗି ୫ପ୍ଲାଟୁନ ଫୋର୍ସ, ଜଣେ ଅତିରିକ୍ତ ଏସପି, ୩ ସିଟି ଡିଏସପି ସହ ୬ ଆଇଆଇସି ମୁତୟନ ରହିବେ। ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।

ଖବର ଅନୁଯାୟୀ, ଆସନ୍ତାକାଲି ମାନେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା । ୪୨ ଦିନ ବ୍ୟାପୀ ଚାଲିଥାଏ ଏହାପ୍ରଭୁଙ୍କ ଏହି ଯାତ୍ରା । ତେବେ ଦୀର୍ଘ ୨ ବର୍ଷ ପରେ ଚନ୍ଦନଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ନେଇ ସୂଚନା ମଧ୍ୟ ମିଳିଛି ।ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ।