ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଓଲିପୋଭ ଭାରତକୁ ରୁଷିଆର ଷ୍ଟ୍ରାଟେଜିକ ପାର୍ଟନର ବୋଲି କହିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ସଂପର୍କିତ ସମସ୍ତ ଅପଡେଟ ଭାରତକୁ ନିୟମିତ ଯୋଗାଇ ଦିଆଯାଉଛି । ଭାରତ ଏହି ପରିସ୍ଥିତିକୁ ଗୁରୁତ୍ୱର ବୁଝିଥାଏ । ସେହିପରି ଜାତିସଂଘରେ ଭାରତର ନିରପେକ୍ଷ ଆଚରଣ ଲାଗି ରୁଷିଆ ଭାରତ ନିକଟରେ କୃତଜ୍ଞ ଓ ଭାରତ ଆଗକୁ ବି ନିରପେକ୍ଷ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।
ସେହିପରି ୟୁକ୍ରେନ-ରୁଷ ଘୋମାଘୋଟ ଯୁଦ୍ଧ ମଧ୍ୟରେ ଏହାକୁ କିପରି ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା ମାଧ୍ୟମରେ ସମାଧାନ ହେବ ସେ ନେଇ ଭାରତ ଆହ୍ୱାନ ଦେଇଥିଲା । ସୂଚନାଯୋଗ୍ୟ ଯେ, ଭାରତ ରୁଷିଆ ବିରୋଧରେ ଜାତିସଂଘରେ ଆଗତ ସମସ୍ତ ପ୍ରସ୍ତାବରୁ ଭାରତ ନିଜକୁ ଦୂରେଇ ରଖିଛି ।