ଦୁର୍ବଳ ହେବ ରୁଷ ଅର୍ଥନୀତି

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଭୁଲ ନିଷ୍ପତ୍ତି ନେଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ରୁଷର ଏକଛତ୍ରବାଦୀ ଶାସକଙ୍କୁ ଦଣ୍ଡ ଦେବା ଅତ୍ୟନ୍ତ ଜରୁରୀ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜାଣିଶୁଣି ୟୁକ୍ରେନ ଉପରେ ଆକ୍ରମଣ କରିଛନ୍ତି ।

ଅନ୍ୟପକ୍ଷରେ ଅନେକ ଦେଶ ମଧ୍ୟ ରୁଷ ଉପରେ ଅନେକ ପ୍ରତିବନ୍ଧକ ଲଗାଇବା ନେଇ ପ୍ରସ୍ତୁତି କରୁଛନ୍ତି । ଅର୍ଥନୈତିକ ପ୍ରତିବନ୍ଧକ ଦ୍ୱାରା ବର୍ତ୍ତମାନ ରୁଷ ବହୁମାତ୍ରାରେ ଦୁର୍ବଳ ହେବ ।