ମାର୍ଚ୍ଚ ୧୪ ତାରିଖ ସୋମବାର ଠାରୁ ଉଭୟ ସଦନରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ ଆରମ୍ଭ ହେଉଥିବାରୁ ଉଭୟ ସଦନରେ କଟକଣା ସହ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଥର ଉଭୟ ସଦନରେ ଗୋଟିଏ ପାଳିରେ ଅଧିବେଶନ ଅନୁଷ୍ଠିତ ହେବ । ସକାଳ ୧୧ ଟାରୁ ଅଧିବେଶନ ଆରମ୍ଭ ହେବ ବୋଲି କୁହାଯାଇଛି ।
କରୋନା କାଳରେ ଅଧିବେଶନ ଚାଲୁଥିବାରୁ ଉଭୟ ସଦନରେ ସାଂସଦମାନଙ୍କ ବସିବା ଟେବୁଲ ମଧ୍ୟମରେ ସାମାଜିକ ଦୂରତା ସହ ଅତିଥି ଗ୍ୟାଲେରୀରେ ବି ସାମାଜିକ ଦୂରତା ପାଳନ କରାଯିବ । ସେପଟେ ପ୍ରେସ ଗ୍ୟାଲେରୀରେ ମଧ୍ୟ ସାମ୍ବାଦିକମାନଙ୍କ ସଂଖ୍ୟା ସୀମିତ ରଖାଯାଇଛି ।