ୟୁକ୍ରେନକୁ ୧ ବିଲିୟନ ଡଲାର ସହାୟତା ଦେବ ଆମେରିକା

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଷ୍ଟେଟ ଅଫ ୟୁନିଅନକୁ ସମ୍ବୋଧିତ କରି କହିଛନ୍ତି ଯେ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭୁଲ ନିଷ୍ପତ୍ତି ନେଇଛନ୍ତି । ରୁଷ ଭାବିଥିଲା ଯେ ଆମେ ୟୁକ୍ରେନକୁ ପଦଦଳିତ କରିବୁ । କିନ୍ତୁ ୟୁକ୍ରେନର ଲୋକମାନେ ସାହସର ସହ ରୁଷକୁ ଦୃଢ ଜବାବ ଦେଇଛନ୍ତି ।

ସେହିପରି ଆମେରିକା ୟୁକ୍ରେନର ଲୋକଙ୍କ ସହିତ ଛିଡା ହୋଇଛି । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି ଯେ, ଆମେରିକା ୟୁକ୍ରେନକୁ ଏକ ବିଲିୟନ ଡଲାର ସହାୟତା ଦେବାକୁ ଯାଉଛି । ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆହୁରି ମଧ୍ୟ କହିଛନ୍ତି ଯେ, ନାଟୋ ଦେଶର ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧ । ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଉଦ୍ୟମ କରୁଛୁ ।