ଅକ୍ଷୟ କୁମାରଙ୍କ ଭଳି ସୁପରଷ୍ଟାରଙ୍କ ସହିତ କାମ କରିଥିବା ଏହି ଅଭିନେତ୍ରୀଙ୍କୁ ଜାଣନ୍ତି? ଏକ ମାଗାଜିନକୁ ସାକ୍ଷାତକାର ଦେଇ ଏହି ସୁନ୍ଦରୀଜଣକ ଏପରି କଥା କହିଛନ୍ତି ଯାହା ଆପଣଙ୍କ ମନକୁ ଘାଂଟି ଦେବ ।
ତନ୍ତ୍ର କବଳରେ ପଡ଼ି ଏହି ଅଭିନେତ୍ରୀ ଜଣକ ପ୍ରାୟ ୭ ଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ।
ଆମେ ମାଲୟଲମ ଅଭିନେତ୍ରୀ ମୋହିନୀଙ୍କ କଥା କହୁଛୁ । ସିନେମା ଦୁନିଆକୁ ବହୁତ ଲୋକପ୍ରିୟ ଚଳଚ୍ଚିତ୍ର ଭେଟି ଦେବା ପରେ ବେଶ ଲମ୍ବା ସମୟ ପାଇଁ ପରଦା ଉପରୁ ଦୂରେଇ ଯାଇଥିଲେ ।
ଏବେ ଛୋଟ ପରଦାରେ ହଠାତ୍ ପ୍ରବେଶ କରି କହିଛନ୍ତି, ମାନସିକ ଚାପଗ୍ରସ୍ତ ହୋଇ ସେ ପ୍ରାୟ ୭ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଜଣେ ଜ୍ୟୋତିଷଙ୍କ ନିକଟକୁ ଯାଇ ଜାଣିବାକୁ ପାଇଲେ ଯେ ତାଙ୍କୁ ଗୁଣି କରାଯାଇଛି ।
ମୋହିନୀଙ୍କର ଜଣେ ନିକଟ ସଂପର୍କୀୟ ତାଙ୍କୁ ଗୁଣି କରି ମାରିବାକୁ ଚେଷ୍ଟା କରିଥିଲେ ।
ମୋହିନୀ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ୨୦୦୬ ମସିହାରେ ମୋହିନୀ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହେଲେ । ୧୯୯୧ ମସିହାରେ ମୋହିନୀ ହିନ୍ଦି ଚଳଚ୍ଚିତ୍ର ‘ଡ୍ୟାନସର’ରେ ଅକ୍ଷୟ କୁମାରଙ୍କ ସହିତ କାମ କରିଥିଲେ ।
ଦକ୍ଷିଣ ଚଳଚ୍ଚିତ୍ର ଦୁନିଆରେ ମୋହିନୀ ସୁପରଷ୍ଟାର ଶିବାଜୀ ଗଣେଶନ, ନନ୍ଦାମୁରୀ ବାଳକୃଷ୍ଣ, ଚିରଞ୍ଜିବୀ, ମୋହନଲାଲ, ଶିବ ରାଜକୁମାର, ବିଜୟକାନ୍ତ, ବିଷ୍ଣୁବର୍ଦ୍ଧନ, ବିକ୍ରମ, ରବିଚନ୍ଦ୍ରନ, ସରଥ କୁମାର, ମୋହନ ବାବୁ ଓ ସୁରେଶ ଗୋପୀଙ୍କ ସହିତ କାମ କରିଛନ୍ତି ।