କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଫରେଷ୍ଟର ଓ ଗାର୍ଡ ନିଲମ୍ବିତ
କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…
କେନ୍ଦୁଝର: କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକଙ୍କ ନିଲମ୍ବିତ କରାଯାଇଥିବା ଜଣାପଡିଛି । କାର୍ଯ୍ୟରେ ଅବହେଳା ଅଭିଯୋଗ ଦୁହିଁଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଆରସିସିଏଫ ।
ଏନେଇ ବିଦ୍ୟୁତ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଭାଗ । ତେବେ ଗତ ୨୫ରେ ବିଦ୍ୟୁତ୍ ତାର ଲାଗିବା ଫଳରେ ୨ ମାଈହାତୀଙ୍କର ମୃତ୍ୟୁ ହୋଇଥିଲା । ଯୋଡ଼ିଆ ସ୍ଥିତ କେଭିକେ ଫାର୍ମ ଭିତରେ ବିଦ୍ୟୁତ୍ ତାର ଲାଗି ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା ।