ୟୁକ୍ରେନ ଜାଣିଶୁଣି ବିଦେଶୀ ନାଗରିକଙ୍କୁ ବନ୍ଧକ ରଖୁଛି: ପୁଟିନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଜାରି ରହିଛି । ଏହି ଭୟଙ୍କର ଯୁଦ୍ଧ ପରିସ୍ଥିତି ପାଇଁ ଉଭୟ ପରସ୍ପରକୁ ଦୋଷ ଲଦୁଛନ୍ତି । କିନ୍ତୁ ଏହାରି ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବୈଠକକୁ ସମ୍ବୋଧନ କରି କହିଛନ୍ତି ଯେ, ୟୁକ୍ରେନ ଜାଣିଶୁଣି ବିଦେଶୀ ନାଗରିକଙ୍କୁ ବନ୍ଧକ ରଖୁଛି । କିନ୍ତୁ ରୁଷ ସେନା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା କରୁଛି ।

ସେହିପରି ୟୁକ୍ରେନ ଚୀନ ଓ ଭାରତୀୟ ନାଗରିକଙ୍କୁ ବନ୍ଧକ ରଖି ଢାଲ କରୁଛି । ସେହିପରି ପୁଟିନ କହିଛନ୍ତି ଯେ ଭାରତୀୟ ଛାତ୍ରଙ୍କ ଉପସ୍ଥିତି ସମୟରେ ୟୁକ୍ରେନ ଗୁଳି ବର୍ଷା କରିଥିଲା । ସେହିପରି ଏହି ଯୁଦ୍ଧ ପାଇଁ ୟୁକ୍ରେନ ଉପରେ ଦୋଷ ଲଦିଛନ୍ତି ପୁଟିନ । ସେ କହିଛନ୍ତି ଯେ ଜନବସତି ଅଞ୍ଚଳରେ ୟୁକ୍ରେନ ପ୍ରଥମେ ତାର ସେନାଙ୍କୁ ସଞ୍ଚାଳନ କରିଥିଲା । ଯେଉଁଥିପାଇଁ ସେସବୁ ସ୍ଥାନରେ ଯୁଦ୍ଧ ବୃଦ୍ଧି ପାଇଥିଲା । ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ଭିତରେ ଦ୍ୱିତୀୟଥର ଆଲୋଚନା ଶେଷ ହୋଇଛି ।