ଗୋଟିଏ ପଟେ ଯୁଦ୍ଧ ଅନ୍ୟପଟେ ଆରମ୍ଭ ହେଲା ଶାନ୍ତି ଆଲୋଚନା

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ ଆରମ୍ଭ ହୋଇଛି ଶାନ୍ତି ଆଲୋଚନା । ଏହି ଉଭୟଙ୍କ ଆଲୋଚନା ବେଲାରୁଷ ସୀମାରେ ଆରମ୍ଭ ହୋଇଛି । ଏହି ଶାନ୍ତି ଆଲୋନାରେ ୟୁକ୍ରେନର ପ୍ରତିରକ୍ଷାମନ୍ତ୍ରୀଙ୍କ ସହ ଏକ ପ୍ରତିନିଧି ଦଳ ପହଞ୍ôଚଛନ୍ତି । ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଏହି ଶାନ୍ତି ଆଲୋଚନାକୁ ଆଗ୍ରହ କରିଦେଇଥିଲେ । କାରଣ ରୁଷ ବେଲାରୁଷରେ ସୀମାରେ ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଥିବାରୁ ସେଠାରେ ଆଲୋଚନା ପାଇଁ ଉଚିତ ମଣୁନଥିଲେ ।

ଅନ୍ୟପକ୍ଷରେ ରୁଷ ତୁରନ୍ତ ୟୁକ୍ରେନରୁ ସେନା ପ୍ରତ୍ୟାହାର କରୁ ଏହି ଆଲୋଚନାରେ ମୁଖ୍ୟ ଉଦ୍ଦେଶ୍ୟ ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି । ସେହିପରି ୟୁକ୍ରେନକୁ ୟୁରୋପ ସାମରିକ ସହାୟତା ଯୋଗାଇବା ସହ ରୁଷକୁ ସମାଲୋଚନା କରିଛି ।