ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ

ସ୍ଥାନୀୟ ବାଙ୍ଗିରିପୋଷି ବ୍ଲକରେ ବିଶ୍ୱ ସାମାଜିକ……

ବାଙ୍ଗିରିପୋଷି: ସ୍ଥାନୀୟ ବାଙ୍ଗିରିପୋଷି ବ୍ଲକରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲ୍ୟାଣ ଚନ୍ଦ୍ର ସୋରେନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଏବଂ ସାମାଜିକ ନ୍ୟାୟ ଦିବସ ପାଳନର ମହତ୍ୱକୁ ପ୍ରତିପାଦନ କରି ନ୍ୟାୟ ସମସ୍ତଙ୍କର ଅଧିକାର ଅଟେ ଏବଂ ସବୁ ବର୍ଗର ଲୋକମାନେ ସାମାଜିକ ନ୍ୟାୟ ପାଇବା ଆବଶ୍ୟକ, ଏହା ଦର୍ଶାଇଥିଲେ ।

କାର୍ଯ୍ୟକ୍ରମରେ କଚିଙ୍ଗ ସେଂଟର ତରଫରୁ ଉପସ୍ଥିତ ଦିଲ୍ଲୀପ କୁମାର ମୁର୍ମୁ, ସୁନାରାମ ସୋରେନ, ଶଙ୍କର ମୁର୍ମୁ, ପାର୍ବତୀ ମୁର୍ମୁ, ଛିତା ସୋରେନ, ପ୍ରଧାନ ମୁର୍ମୁ ଏବଂ ରାଜାରାମ ହେମ୍ବ୍ରମ ଛାତ୍ରଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମ ଉଦେ୍ଦଶ୍ୟ ବୁଝାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଓଡିଆ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଏବଂ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା । ଓଡିଆ ରଚନାରେ ଜୁଝାର ମାରାଣ୍ଡି, ବିକାଶ ସିଂ ଓ କୁମାରୀ ସିନଗ ହାଁସଦା ପୁରସ୍କୃତ ହୋଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଦେବାଶିଷ ମୁର୍ମୁ, ଲୋଚନ କୁମାର ଟୁଡୁ ଓ ସିନଗ ହାଁସଦା ପୁରସ୍କୃତ ହୋଇଥିଲେ ।