ବାରାଣସୀ: ବାରାଣସୀସ୍ଥିତ ଜ୍ଞାନବ୍ୟାପୀ ମସଜିଦ ତଳେ ଶିବ ମନ୍ଦିର ଥିବାର ପ୍ରମାଣ ମିଳିବା ପରେ ପରିତ୍ୟକ୍ତ ଶିବଙ୍କ ପ୍ରତିମାକୁ ପୂଜାର୍ଚ୍ଚନା କରିବା ପାଇଁ ବାରାଣସୀ କୋର୍ଟ ରାୟ ପ୍ରଦାନ କରିଛନ୍ତି । ଅଦାଲତରୁ ବାରାଣସୀ ଡିଏମଙ୍କ ନିକଟକୁ ରାୟର ନକଲ ପଠାଇ ଦିଆଯାଇଛି । ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରାଯିବ ।
ସୂଚନା ମୁତାବକ ଗୁରୁବାର ଭଗବାନ ଶିବଙ୍କ ରୁଦ୍ରାଭିଷେକ କରାଯିବ । ତା’ ପୂର୍ବରୁ ପରିତ୍ୟକ୍ତ ପୀଠଟିର ଶୁଦ୍ଧିକରଣ, ଗଶେଶ ପୂଜନ ବିଧି ସମାପନ କରାଯିବ । ଭଗବାନ ଶିବଙ୍କ ପୂଜାର୍ଚ୍ଚନା ଭିତରେ ଭଗବାନ ସୂର୍ଯ୍ୟ ଓ ଅନ୍ୟ ପଂଚଦେବତାଙ୍କ ପୂଜା କରାଯିବ ।
ଅଦାଲତଙ୍କ ନିର୍ଦ୍ଦେଶ ପାଇ ପ୍ରତ୍ନତତ୍ୱ ବିଭାଗର କର୍ମଚାରୀମାନେ ଜ୍ଞାନବ୍ୟାପୀ ମସଜିଦ ପରିସରକୁ ଖୋଳିଥିଲେ । ମସଜିଦ ତଳୁ ସଂଗୃହୀତ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ ପରୀକ୍ଷା କରିବା ପରେ ସେଠାରେ ଗୋଟିଏ ଶିବ ମନ୍ଦିର ଥିବା ଜଣା ପଡ଼ିଥିଲା । ୧୯୯୩ ନଭେମ୍ବର ମାସରୁ ଜ୍ଞାନବ୍ୟାପୀ ମସଜିଦ ପରିସରରେ ରହିଥିବା ଶୈବପୀଠକୁ ବନ୍ଦ କରି ଦିଆଯାଇଥିଲା ।