ବେଟିଂ ଆପ୍ ମାମଲାରେ ପୂର୍ବତନ କ୍ରିକେଟର ଯୁବରାଜ ସିଂ ଓ ରବିନ ଉଥାପାଙ୍କୁ ଅଭିଯୁକ୍ତ କରି ସମନ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।
ଯୁବରାଜ, ରବିନ ଓ ସୁଦଙ୍କ ଭଳି ସମାଜର ଆଗଧାଡ଼ିର ଚରିତ୍ର ଆଜିର ଯୁବପିଢ଼ୀ ପାଇଁ ଆଦର୍ଶ ।
ଟଙ୍କା ରୋଜଗାର କରିବା ଲାଳସାରେ ଆଜିର ଯୁବପିଢ଼ୀଙ୍କୁ ବେଆଇନ ବେଟିଂ ଆଡକୁ ଟାଣି ନେଇଯିବା ଓ ସେମାନଙ୍କ ସୁନ୍ଦର ଭବିଷ୍ୟତକୁ ନଷ୍ଟ କରିଦେବାର ଅପଚେଷ୍ଟା ଆଦୌ ଗ୍ରହଣୀୟ ନୁହେଁ ।
ଇଡି କହିଛି, ଅନ୍ ଲାଇନ୍ ବେଟିଂ ଆପ୍ ସାଧାରଣତଃ ବେଆଇନ ଜୁଆଖେଳ । ସେଥିରେ ବାଜି ଲଗାଇବା ପୂର୍ଣ୍ଣତଃ ମନି ଲଣ୍ଡରିଂ ।
ଯୁବରାଜ(୪୩) ଓ ରବିନ(୩୯)ଙ୍କ ସମେତ ଅଭିନେତା ସୋନୁ ସୁଦ (୫୨) ଙ୍କୁ ଦିଲ୍ଲୀ ଅଫିସରେ ହାଜର ହେବାକୁ ପରାମର୍ଶ ଦିଆଯାଇଛି । ତିନିଜଣ ଯାକ ‘୧ଏକ୍ସବେଟ୍’ ନାମକ ପ୍ଲାଟଫର୍ମ ସହିତ ଜଡ଼ିତ ଥିବାର ସନ୍ଦେହ କରାଯାଏ ।
ଉଥାପାଙ୍କୁ ସେପ୍ଟେମ୍ବର ୨୨ ତାରିଖ ଦିନ ବୟାନ ଦାଖଲ କରିବାକୁ କୁହାଯାଇଛି । ୨୩ ତାରିଖରେ ଯୁବରାଜ ଓ ୨୪ ତାରିଖରେ ସୁଦ ଇଡି ଅଫିସରେ ହାଜର ହେବେ ।
ସୋମବାର ଦିନ ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଇଡି ଅଫିସରେ ପହଂଚି ବୟାନ ଦାଖଲ କରିଛନ୍ତି ।