ଏୟାର ଇଣ୍ଡିଆ ଶତକତମ ବିମାନ ସାମିଲ

ବେଙ୍ଗାଲୁରୁ: ‘ଏୟାର ଇଣ୍ଡିଆ’ର ସଂପ୍ରସାରଣ ପର୍ଯ୍ୟାୟର ସଫଳ ସୋପାନ ଶହେ ସଂଖ୍ୟାକୁ ଛୁଇଁଛି । ସୋମବାର ଦିନ ଏୟାର ଇଣ୍ଡିଆ’ରେ ଶହେତମ ବିମାନ ଭାବେ ବୋଇଂ ୭୩୭-୮କୁ ସାମିଲ କରାଯାଇଛି । ବିମାନଟିର ଲାଞ୍ଜରେ କର୍ଣ୍ଣାଟକର ପାରମ୍ପରିକ କଳା ‘ଚିତ୍ରା’ ଅଙ୍କନ କରାଯାଇଛି ।

ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନଟିକୁ ଲୋକାର୍ପଣ କରିବା ଅବସରରେ ଏୟାର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ କହିଥିଲେ ଯେ କେମ୍ପେଗୌଡ଼ା ବିମାନ ବନ୍ଦରରୁ ସପ୍ତାହକୁ ୪୪୫ଟି ବିମାନ ଚଳପ୍ରଚଳ କରୁଛି । ଶତକତମ ବିମାନଟି ବେଙ୍ଗାଲୁରୁରୁ ଦିଲ୍ଲୀ ଗାଜିଆବାଦସ୍ଥିତ ହିଣ୍ଡନକୁ ଚଳାଚଳ କରିବ ।  ବହୁ ଘାତ ପ୍ରତିଘାତ ଦେଇ ଏୟାର ଇଣ୍ଡିଆ ତା’ର ବିଜୟ ଯାତ୍ରାକୁ ସମ୍ଭାଳି ପାରିଛି ।