ବ୍ରେକ୍‌ ମାରି ପାରିଲେନି ମୁଖ୍ୟମନ୍ତ୍ରୀ ମୋହନ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଆଳୁ ଦରରେ ବ୍ରେକ ଲଗାଇ ପାରିନାହାନ୍ତି ମୋହନ ସରକାର । ଭୁବନେଶ୍ୱର ଏକନମ୍ବର ମାର୍କେଟଟି ମୁଖ୍ୟମନ୍ତ୍ରୀଙ୍କ ନିବାସ ନିକଟରେ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବାରୁ ସେଠାରେ ଆଳୁ ତିନିକିଲୋକୁ ୧୦୦ ଟଙ୍କାରେ ବିକାଗଲା ।

କିନ୍ତୁ ଏକନମ୍ବର ମାର୍କେଟ୍‌ରୁ ୭ କିଲୋମିଟର ଦୂରରେ ଅବସ୍ଥିତ ଚକେଇସିଆଣି ମାର୍କେଟରେ ଆଳୁ କିଲୋ ୫୦ ଟଙ୍କା । ଚକେଇସିଆଣିରେ ରହୁଥିବା ଲୋକମାନଙ୍କ ମନରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ପ୍ରତି କି ଭାବନା ଆସିବ? ଆପଣମାନେ ମନକୁ ବିଚାର କରନ୍ତୁ । ଆମେ କହିଲେ ଦୋଷୀ ହୋଇଯିବୁ ।