ମୁମ୍ବାଇ : ମଦ ର ହୋମ୍ ଡେଲିଭରି ସେବା ବନ୍ଦ କରିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଉପମୁଖ୍ୟମନ୍ତ୍ରୀ ଅଜୀତ ପାୱାର ଦେଇଛନ୍ତି । ପାୱାର କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏହି ବାବଦରେ ଅବକାରୀ ବିଭାଗକୁ ପତ୍ର ଲେଖି ଜଣାଇ ଦେଇଛନ୍ତି ।
ଅବକାରୀ ବିଭାଗ ଏହି ନିର୍ଣ୍ଣୟକୁ ଠାରୁ ଲାଗୁ କରିବ । ସେ କହିଛନ୍ତି ଯେ କରୋନା କାଳରେ ରାଜ୍ୟ ସରକାର ମଦର ହୋମ୍ ଡେଲିଭରୀ କରିବାର ନିଷ୍ପତ୍ତି ନେଇଥିଲେ । ଏହି ସମୟରେ ଲକଡାଉନ କାରଣରୁ ଏହାର ଆବଶ୍ୟକତା ଥିଲା । କିନ୍ତୁ ଏବେ ସଂକ୍ରମିତଙ୍କ ସଂଖ୍ୟା କମ ହୋଇଗଲାଣି । ଏହି କାରଣରୁ ରାଜ୍ୟ ସରକାର ମଦର ହୋମ ଡେଲିଭରି ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି ।