ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ଡିଲ୍‌

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରଲିଆ ମଧ୍ୟରେ ମଧ୍ୟରେ ଐତିହାସିକ ଡିଲ୍‌ ହୋଇଛି । ଏହି ଡିଲ୍‌ ପରେ କପଡା, ଚମଡା, ଫର୍ଣ୍ଣିଚର, ଗହଣା ଓ ବିଭିନ୍ନ ମେସିନ ସମେତ ୬ହଜାରରୁ ଅଧିକ ବ୍ୟାପକ କ୍ଷେତ୍ରରେ ଭାରତୀୟ ରପ୍ତାନିକାରୀ ଅଷ୍ଟ୍ରେଲିଆ ବଜାରରେ ନିଶୁଳ୍କରେ ପହଞ୍ôଚପାରିବେ ।

ସେହିପରି ଭାରତ-ଅଷ୍ଟ୍ରେଲିଆ ଆର୍ଥିକ ସହଯୋଗ ଏବଂ ବାଣିଜ୍ୟିକ ଚୁକ୍ତିକୁ ଉପରେ ଭର୍ଚ୍ଚୁଆଲ ହସ୍ତାକ୍ଷର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସଂପର୍କ ମଜଭୁତ ହେବା ସଂହ ମିତ୍ରତାର ମହତ୍ତ୍ୱପୂର୍ଣ୍ଣ ସ୍ତମ୍ଭ ।

ଅନ୍ୟପକ୍ଷରେ ଏହି ଚୁକ୍ତ ଆମ ମଧ୍ୟରେ ଛାତ୍ର, ପ୍ରୋଫେସନାଲ ଓ ପର୍ଯ୍ୟଟକଙ୍କ ଆଦାନ-ପ୍ରଦାନକୁ ସହଜ କରିବ । ଯଦ୍ୱାରା ଏହି ସମ୍ବନ୍ଧ ଆହୁରି ସୁଦୃଢ ହେବ । ସେହିପରି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟେଲ କହିଛନ୍ତି ଯେ ଭାରତ-ଅଷ୍ଟ୍ରେଲିଆ ବାସ୍ତବରେ ପାର୍ଟନର ଯିଏକି ଲୋକତନ୍ତ୍ର, ଶାସନ ଓ ପାରଦର୍ଶିତା ମୂଲ୍ୟକୁ ଯୋଡିଥାନ୍ତି ।