ଉନ୍ନତ ମାନର ମାଛଚାଷ କରିବେ ଓଡ଼ିଶାର ମୋହନ ସରକାର

ଭୁବନେଶ୍ୱର: ଓଡ଼ିଶାରେ ଉନ୍ନତ ମାନର ମାଛଚାଷ କରିବା ପାଇଁ ଆଗ୍ରହୀ ଯୁବକ, ଯୁବତୀ, ପୁରୁଷ ଓ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ । ସେଇମାନଙ୍କ ଜରିଆରେ ରାଜ୍ୟକୁ ମାଛ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ କରାଯିବାର ଲକ୍ଷ୍ୟ ରଖି ଓଡ଼ିଶାର ମୋହନ ସରକାର ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ମ୍ୟାନେଜମେଂଟ ଆନନ୍ଦ (ଆଇଆର୍‌ଏମ୍‌ଏ) ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଆଇଆରଏମ୍‌ଏ ନିର୍ଦ୍ଦେଶକ ଉମାକାନ୍ତ ଦାସ ଓ ମତ୍ସ୍ୟ ନିର୍ଦ୍ଦେଶକ ସାଦିକ୍‌ ଆଲାମ ଓ ଓଡ଼ିଶା ଇଂଟିଗ୍ରେଟେଡ୍‌ ଇରିଗେସନ୍‌ ପ୍ରୋଜେକ୍ଟ ଫର୍‌ କ୍ଲାଇମେଟ୍‌ ରେସିଲିଏଂଟ ଏଗ୍ରିକଲଚର୍‌ ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ନାୟକଙ୍କ ମଧ୍ୟରେ ବୁଝାମଣା ଲିପିବଦ୍ଧ ପର୍ବ ଶେଷ ହୋଇଯାଇଛି । ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ରାଜ୍ୟ ଊନ୍ନୟନ କମିଶନର ଅନୁ ଗର୍ଗ ଉପସ୍ଥିତ ଥିଲେ ।