ନୂଆଦିଲ୍ଲୀ : ଆଜି ଆରବିଆଇ ମୁଦ୍ରାନୀତି ସମୀକ୍ଷା ରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ସ୍ଥିର ରହିବ ବୋଲି ନେଇ ପୂର୍ବରୁ ଆଶା କରାଯାଉଥିଲା । ତେବେ ରେପୋ ରେଟ୍ ୪% ଏବଂ ରିଭର୍ସ ରେପୋ ରେଟ୍ ୩.୩୫% ରଖାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତ ଲକ୍ଷ୍ୟ ରଖାଯାଇଛି, ଯାହାକି ପୂର୍ବରୁ ୧୦.୫ ପ୍ରତିଶତ ରହିବ ବୋଲି କୁହାଯାଉଥିଲା । ସେହିପରି ଏମଏସଏଫ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଗତ ଏପ୍ରିଲ ୨୧ରେ ଅନୁଷ୍ଠିତ ବୈଠକରେ ମଧ୍ୟ ଆରବିଆଇର ପ୍ୟାନେଲ ଏହି ହାରକୁ ଅପରିବର୍ତ୍ତିତ ରଖିଥିଲା । ଆସନ୍ତା ୧୭ ତାରିଖରେ ଆରବିଆଇ ୪୦ ହଜାର କୋଟି ସରକାରୀ ସିକ୍ୟୁରିଟି କ୍ରୟ କରିବ । ଏହାଛଡା ୧୫ ହଜାର କୋଟି ଟଙ୍କା ବ୍ୟାଙ୍କକୁ ପ୍ରଦାନ କରିବେ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତ ।