୮୦କୋଟି ଟଙ୍କା ଜିଏସଟି ଠକେଇ: ଜଣେ ଗିରଫ

ରାଉରକେଲା : ରାଉରକେଲାରେ ପୁଣି ଜିଏସଟି ଠକେଇ ଅଭିଯୋଗ ହୋଇଛି । ପ୍ରାୟ ୮୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ବସନ୍ତ କୁମାର ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱରରୁ ବସନ୍ତଙ୍କୁ ଗିରଫ କରିଛି ରାଉରକେଲା ଜିଏସଟି ଟିମ । ରାଜ୍ୟର ବିଭିନ୍ନ ସ୍ଥାନରେ ଫେକ୍‌ କମ୍ପାନୀ ଖୋଲି ୮୦ କୋଟି ଟଙ୍କାର ଜିଏସଟି ଫାଙ୍କି ଫେରାର ଥିଲେ ବସନ୍ତ ।