ଗ୍ରାହକଙ୍କୁ ଝଟକା ପରେ ଝଟକା: ବଢିଚାଲିଛି ପେଟ୍ରୋଲ ଦର

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି । କ୍ରମାଗତ ଭାବେ ବଢିବାରେ ଲାଗିଛି ପେଟ୍ରୋଲ-ଡିଜେଲର ଦର । ଶୁକ୍ରବାର ପୁଣି ତେଲ ଲିଟର ପିଛା ୭୬ ପଇସାରୁ ୮୫ ପଇସା ବଢିଛି ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ୯୭.୮୧, ଡିଜେଲ ୮୯.୦୭ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୨.୫୧ ଟଙ୍କା, ଡିଜେଲ ୯୬.୭୦ ଟଙ୍କା ହୋଇଛି । ଚେନ୍ନାଇରେ ପେଟ୍ରୋଲ ୧୦୩.୬୭ ଟଙ୍କା, ଡିଜେଲ ୯୩.୭୧ ଟଙ୍କା ହୋଇଛି । କୋଲକାତାରେ ପେଟ୍ରୋଲ ୧୦୬.୩୪ ଓ ଡିଜେଲ ୯୧.୪୨ ଟଙ୍କା ପହଞ୍ଚିଛି ।

ଦେଶରେ କ୍ରମାଗତ ଭାବେ ତୃତୀୟଥର ଭାବେ ଏହି ଦର ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଉପରେ ମଧ୍ୟ ରୋକ ଲଗାଯାଇଥିଲା । ଏହି ପାଞ୍ଚଟି ରାଜ୍ୟରେ ନିର୍ବାଚନ ସରିବା ପରେ ତେଲଠୁ ଆରମ୍ଭ କରି ଗ୍ୟାସ ଦାମ ବଢିବା ଆରମ୍ଭ ହୋଇଛି ।