ନୂଆଦିଲ୍ଲୀ: ବଜାଜ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଓ ବଜାଜ ମୋଟର୍ସର ସଂସ୍ଥାପକ ରାହୁଲ ବଜାଜଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏନେଇ ବଜାଜ ଗ୍ରୁପ ଏକ ବୟାନ ଜାରି କରି ଏସମ୍ପର୍କରେ ସୂଚନା ଦେଇଛି । ରାହୁଲ ବଜାଜ ପାଖାପାଖି ୫୦ ବର୍ଷ ପର୍ଯ୍ୟନ୍ତ ବଜାଜ ଗ୍ରୁପର ଚେୟାରମ୍ୟାନ୍ ରହିଥିଲେ । ତାଙ୍କ ନେତୃତ୍ୱରେ ବଜାଜ ଅଟୋରେ ଟର୍ଣ୍ଣଓଭର ୭.୨ କୋଟିରୁ ୧୨ ହଜାର କୋଟିରେ ପହଞ୍ôଚଥିଲା ।
ଗତବର୍ଷ ଏପ୍ରିଲରେ ବଜାଜ ଅଟୋର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଥିଲେ । ଅନ୍ୟପକ୍ଷରେ ୨୦୦୧ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।