ଟିକଟକ୍ ଆମେରିକା ପାଇଁ ବିପଦ: ଜୁକରବର୍ଗ

ନ୍ୟୁୟର୍କ: ସୋସିଆଲ୍ ଭିଡିଓ ସେୟାରିଂ ପ୍ଲାଟଫର୍ମ୍ ଟିକଟକକୁ ଲଗାତାର ବିରୋଧ କରିଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦେଶର ସୁରକ୍ଷା ପ୍ରତି ଏହା ବିପଦ ବୋଲି ସେ କହିଆସିଛନ୍ତି ଏବଂ ଏହାକୁ ବ୍ୟାନ୍ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ତାଙ୍କ ସହ ସ୍ୱର ମେଳାଇଛନ୍ତି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ।

ଜୁକରବର୍ଗ ଟିକଟକକୁ ନେଇ ଚିନ୍ତାବ୍ୟକ୍ତ କରିଥିବା ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟରେ ପ୍ରକାଶ ପାଇଛି। ସେ କହିଛନ୍ତି ଯେ ଚୀନ କମ୍ପାନୀ ବାଇଟ ଡ୍ୟାନ୍ସର ମାଲିକାନାରେ ଥିବା ଟିକଟକ୍ ଅଭିବ୍ୟକ୍ତିର ସ୍ବାଧିନତା ପାଇଁ ପ୍ରତିଶ୍ରୁତିବଦ୍ଧ ନୁହେଁ। ଏହା ଆମେରିକାର ବୈଷୟିକ ସର୍ବୋଚ୍ଚତା ପ୍ରତି ବିପଦ ସୃଷ୍ଟି କରୁଛି। ସେ ନିକଟରେ ଏକ ରାତ୍ରଭୋଜନ ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ଅବସରରେ ଏକଥା ମଧ୍ୟ କହିଛନ୍ତି।

ଫେସବୁକର ସିଇଓ ସ୍ପଷ୍ଟ ଭାବରେ ନିବେଦନ କରିଛନ୍ତି ଯେ ୱାଶିଂଟନ ଫେସବୁକ ନିୟନ୍ତ୍ରଣ କରିବା ବିଷୟରେ ଚିନ୍ତା କରିବା ଅପେକ୍ଷା ଚୀନ ଇଣ୍ଟରନେଟ କମ୍ପାନୀଗୁଡିକ ଉପରେ ଅଧିକ ଉଦବେଗ ପ୍ରକାଶ କରିବା ଦରକାର।