ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକା ବଜାରରେ ବିକା ଯାଉଥିବା ଭାରତର ଅଟୋମୋବାଇଲ, ସେମି କଣ୍ଡକ୍ଟର ଓ ଔଷଧ ସାମଗ୍ରୀ ଉପରୁ ଟ୍ରମ୍ପ ପ୍ରଶାସନ ୨୫% ଟିକସ୍ ଆଦାୟ କରିବ ।
ସୂଚନା ମୁତାବକ ଆଗାମୀ ଏପ୍ରିଲ ୨ ତାରିଖରୁ ଭାରତରୁ ରପ୍ତାନୀ କରାଯାଉଥିବା ସାମଗ୍ରୀ ଉପରୁ ସଂଶୋଧିତ ହାରରେ ଟିକସ ଆଦାୟ କରାଯିବ । ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିଷ୍ଠିତ ଭାରତୀୟ କମ୍ପାନୀରୁ ଉତ୍ପାଦିତ ସାମଗ୍ରୀ ଉପରୁ ସୀମାକର ଆଦାୟ କରାଯିବନି ।
ଅର୍ଥ ବିଶାରଦଙ୍କ ମତାନୁସାରେ ଟ୍ରମ୍ପଙ୍କ ବର୍ଦ୍ଧିତ ଟିକସ୍ ଛାଟ ଆମେରିକା ଉପଭୋକ୍ତାମାନେ ମୁଣ୍ଡାଇବେ । ମାତ୍ର ଚିନ୍ତାର ବିଷୟ ହେଉଛି, ବର୍ଦ୍ଧିତ ଟିକସ୍ କାରଣରୁ ଯୁକ୍ତରାଷ୍ଟ୍ର ଆମେରିକା ବଜାରରେ ଭାରତୀୟ ଦ୍ରବ୍ୟଗୁଡ଼ିକର ବିକ୍ରୟ ହାର କମିଯିବ । ମୋଦିଜୀଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତର ରହସ୍ୟ ଏ ଯାଏ ଭାରତର ଅର୍ଥ ବିଶେଷଜ୍ଞମାନେ ଠଉରାଇ ପାରୁନାହାନ୍ତି ।