ନୂଆଦିଲ୍ଲୀ : ସାରା ଦେଶରେ ଏବେ ଦୈନିକ ମାମଲା କମିବାରେ ଲାଗିଛି । ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ଏବେ ଦ୍ରୁତ ଗତିରେ ହ୍ରାସ ପାଇବା ଆରମ୍ଭ କରିଛି । ସେହିପରି କୋଭିଡ ଜନିତ ମୃତ୍ୟୁସଂଖ୍ୟା ବି କମିବାରେ ଲାଗିଛି । ଦେଶରେ କୋଭିଡ ସଂକ୍ରମଣ ଦୈନିକ ୪ ଲକ୍ଷ ଟ୍ରେଣ୍ଡ ପରେ ୨ ଲକ୍ଷ ଓ ବର୍ତ୍ତମାନ ୨ ହଜାର ତଳେକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ହଜାରରୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୧୧୫୦ ଆକ୍ରାନ୍ତ ଚିହ୍ନଟ ହେବା ସହ କୋଭିଡଜନିତ ୮୩ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୧୩୬୫ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୧୧୯୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହାସହ ୫୨୧୬୫୬ ସଂକ୍ରମିତ ପ୍ରାଣ ହରାଇଛନ୍ତି ।