ନୂଆ ଭ୍ୟାରିଆଣ୍ଟକୁ ନେଇ ଆତଙ୍କ ନହେବାକୁ ପରାମର୍ଶ
ଇଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ସୂଚନା ଦେଇଛନ୍ତି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗୃପ ଅଫ ଇମ୍ୟୁନାଇଜେସନ
ନୂଆଦିଲ୍ଲୀ : କରୋନାର ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ପୁଣି ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି । ସେହିପରି ଦେଶରେ ଏବେ ଚତୁର୍ଥ ଲହର ଚିନ୍ତା ବଢିଛି । କୋଭିଡର ନୂଆ ଭାରିଆଣ୍ଟ ଇଏକ୍ସଇ ଚିହ୍ନଟ ହେବା ପରେ ଭାରତକୁ ମଧ୍ୟ ସଂକ୍ରମଣର ଭୟ ରହିଥିଲା । ଅନ୍ୟପକ୍ଷରେ ଏହି ଭାରିଆଣ୍ଟ ଗୁଜୁରାଟରେ ଚିହ୍ନଟ ହେବା ପରେ ଦେଶରେ ଚତୁର୍ଥ ଲହରକୁ ନେଇ ଚିନ୍ତା ବଢିଛି ।
ଏଭଳି ସ୍ଥିତିରେ ଇଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ସୂଚନା ଦେଇଛନ୍ତି ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗୃପ ଅଫ ଇମ୍ୟୁନାଇଜେସନ ମୁଖ୍ୟ ଡାକ୍ତର ଏନକେ ଅରୋରା । ଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ଭୟବୀତ ହେବାର ଆକଶ୍ୟକତା ନାହିଁ । କୋଭିଡ୍ର ଏହି ନୂଆ ଭ୍ୟାରିଆଣ୍ଟ ମାରାତ୍ମକ ନୁହେଁ । ଏହା ଓମିକ୍ରନ୍ ଭଳି ପ୍ରଭାବ ପକାଇବା ମାତ୍ର ମୃତ୍ୟୁ ହାର କମ୍ ରହିବ ବୋଲି ଡା ଏନକେ କହିଛନ୍ତି । ଏହାଛଡା ସେ କହିଛନ୍ତି ଯେ, ଇଏକ୍ସଇ ଆହୁରି ନୂଆ ସବ ଭ୍ୟାରିଆଣ୍ଟ ଓମିକ୍ରନ ସୃଷ୍ଟି କରିପାରେ ମାତ୍ର ଏହା ପ୍ରଭାବୀ ହେବ ନାହିଁ । ଫଳରେ ସଂକ୍ରମଣ ମଧ୍ୟ କରିବ ନାହିଁ ତେଣୁ ବର୍ତ୍ତମାନ ସ୍ଥିତିରେ ଭୟବୀତ ନହୋଇ କେବଳ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏନଟିଏଜିଆଇ ମୁଖ୍ୟ ।