ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୯ କରୋନା ପଜିଟିଭ ଚିହ୍ନଟ

ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ୧୭୫୮ ରହିଛି…..

ଭୁବନେଶ୍ୱର: ରାଜ୍ୟରେ ପୁଣି ୩ଶହ ତଳକୁ ଖସିଲା କରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧୧୨ଜଣ ରହିଛନ୍ତି । ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୩୯ଜଣ ପଜିଟିଭ୍‌ ଥିବା କୁହାଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ମାମଲା ୧୭୫୮ ରହିଛି । ଗୋଟିଏ ଦିନରେ କରୋନାରୁ ୨୦୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।