ରାଜଧାନୀରେ ବଢୁଛି କୋରନା ଗ୍ରାଫ

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣର ମାମଲା ବଢିବାରେ ଲାଗିଛି…

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ କରୋନା ସଂକ୍ରମଣର ମାମଲା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୧୦୩୨ଟି ମାମଲା ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ବୁଧବାର ରାଜଧାନୀ ଦିଲ୍ଲୀରେ ୯୭୦ କୋରନା ମାମଲା ଚିହ୍ନଟ ହୋଇଥିଲେ । ସେହିପରି ଗତ ମଙ୍ଗଳବାର ଦିଲ୍ଲୀରେ ୧୧୧୮ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଦୈନିକ କରୋନାର ସଂକ୍ରମଣ ମାମଲାକୁ ଲକ୍ଷ କରି ବିଶେଷଜ୍ଞମାନେ କହିଛନ୍ତି କି ଏହି ପ୍ରକ୍ରିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲୁ ରହିବ ।