ଦେଶରେ ବଢୁଛି କୋରନା ଗ୍ରାଫ

ଦେଶରେ ଏବେ କରୋନା ସଂକ୍ରମଣ କମିବା ପରେ ବଢିବା ଆରମ୍ଭ..

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ଧିରେ ଧିରେ ବୃଦ୍ଧି ପାଉଛି କୋରନା ଗ୍ରାଫ । ଦେଶରେ ଏବେ କରୋନା ସଂକ୍ରମଣ କମିବା ପରେ ବଢିବା ଆରମ୍ଭ କରିଛି । ସେହିପରି ଦେଶରେ ୪ ଲକ୍ଷ ଟ୍ରେଣ୍ଡ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ଏବେ ପୁଣି ବଢୁଛି କୋରାନା ଗ୍ରାଫ ।

ଏହା ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ହଜାର ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୪୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।