କୋଭିଡ ମୁକ୍ତ ହେଲା ନାଗାଲାଣ୍ଡ

ନାଗାଲାଣ୍ଡ ଏବେ ସମ୍ପୁର୍ଣ୍ଣ କୋଭିଡ ସଂକ୍ରମଣ ମୁକ୍ତ ରାଜ୍ୟ….

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ନାଗାଲାଣ୍ଡ ଏବେ ସମ୍ପୁର୍ଣ୍ଣ କୋଭିଡ ସଂକ୍ରମଣ ମୁକ୍ତ ରାଜ୍ୟ ହେଇଛି । ସୂଚନାଯୋଗ୍ୟ ଯେ, ନାଗାଲାଣ୍ଡର ଦିମାପୁର ସହରରେ ଜଣେ ଶେଷ କରୋନା ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ସେ ଏବେ ସୁସ୍ଥ ହୋଇଛନ୍ତି । ଏହାସହ ନାଗାଲାଣ୍ଡରେ ଏବେ ଜଣେ ହେଲେ ବି କରୋନା ସଂକ୍ରମିତ ନାହାନ୍ତି । ଦେଶର ପ୍ରଥମ ରାଜ୍ୟ ଭାବେ ନାଗାଲାଣ୍ଡ କରୋନା ମୁକ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ ମହାମାରୀ ସଂକ୍ରମଣରେ ପ୍ରାୟ ୩୩ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିଲେ । ସେଥିମଧ୍ୟରୁ ୩୩ହଜାର ୨୪୪ଜଣ ସୁସ୍ଥ ହୋଇଥିବା ବେଳେ ୭୬୦ ଜଣ ଜୀବନ ହରାଇଥିଲେ । ନାଗାଲାଣ୍ଡରେ ୯୩.୬୮ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।