ପଞ୍ଜାବକୁ ଫେରିଲା କଟକଣା

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ….

ପଞ୍ଜାବ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ସେହିପରି ପଞ୍ଜାବ ସରକାର ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । କିନ୍ତୁ ମାସ୍କ ନ ଲଗାଇବା ନେଇ କୌଣସି ଜରିମାନ ନେଇ ଘୋଷଣା କରାଯାଇ ନାହିଁ । ଏକ ବିଜ୍ଞପ୍ତିରେ ପଞ୍ଜାବ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ, ଜନଗହଳି ପୂର୍ଣ୍ଣ ଜାଗାରେ ମାସ୍କ ପିନ୍ଧିବା ନିହାତି ଜରୁରୀ । ସେହିପରି ଟ୍ରେନ, ଟେକ୍ସି, କ୍ଲାସରୁମ ଓ ଅଫିସରେ ମଧ୍ୟ ସମସ୍ତେ ମାସ୍କ ପରିଧାନ କରନ୍ତୁ ।