ନୂଆଦିଲ୍ଲୀ : ସାରା ଦେଶରେ ଏବେ ଦ୍ରୁତ ଗତି ହ୍ରାସ ପାଉଛି କୋଭିଡ ସଂକ୍ରମଣ । କିନ୍ତୁ ଚୀନରେ ଏବେ ପୁଣି କରୋନା ସଂକ୍ରମଣ ତାଣ୍ଡବ ରଚୁଛି । ଚୀନରେ ଏବେ ନାହିଁ ନଥିବା ପରିସ୍ଥିତି ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଚୀନର ସାଂଘାଇ ସହରରେ କରୋନାର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି । ପ୍ରଶାସନ ସେଠାରେ ଲକଡାଉନ ଘୋଷଣା କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଛି । ଫଳରେ ସେଠାକାର ଲୋକମାନେ ସେଠାରେ ଖାଇବା ପିଇବା ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ଏକ ରିପୋର୍ଟ ଅନୁସାରେ ଚୀନର ଏକ ବଡ ସହର ସାଂଘାଇରେ ଲକଡାଉନ ହେବା ଫଳରେ ୨କୋଟିରୁ ଅଧିକ ଲୋକ ଏବେ ଘରେ ବନ୍ଦି ହୋଇ ରହିଛନ୍ତି । ଚୀନରେ ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।