ଓଡ଼ିଶାରେ ଗତ ୨୪ ଘଣ୍ଟାରେ ନୂଆ ୨୫୮ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ିଲାଣି କରୋନା ସଂକ୍ରମଣ। କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ନୂଆ ୨୫୮ କୋଭିଡ ପଜିଟିଭ ଚିହ୍ନଟ ହୋଇଛି। ସେହିଭଳି ଏବେ ସୁଦ୍ଧା ରାଜ୍ୟରେ ୧ ହଜାର ୧୮୬ ଆକ୍ଟିଭ କେସ ରହିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩ ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ଯାହାଫଳରେ ସେସବୁ ଜିଲ୍ଲା ବା ଅଞ୍ଚଳରେ କଣ୍ଟେନମେଣ୍ଟ ଜୋନ୍ ଭଳି ପରିସ୍ଥିତି ଉପୁଜିଲାଣି। ଜନସାଧାରଣ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣେ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କଟକ ଏସସିବି କୋଭିଡ ହସ୍ପିଟାଲରେ ଜଣେ ୮୦ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।