ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬ହଜାର ୫୯୪ କରୋନା ଆକ୍ରାନ୍ତ ଚିହ୍ନଟ

ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୫୦ହଜାର ୫୪ କରୋନା ସକ୍ରିୟ ଆକ୍ରାନ୍ତ…

ନୂଆଦିଲ୍ଲୀ: ଦେଶରେ ଆଜି କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ଲଗାତର ୨ଦିନ ହେଲା ଦେଶରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ୮ ହଜାର ପାର୍‌ ହେଉଥିବା ବେଳେ ଆଜି ସଂକ୍ରମଣ ଗ୍ରାଫ୍‌ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୬ହଜାର ୫୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିର କରୋନା ସଂକ୍ରମଣ ତୁଳନାରେ ଆଜି ୧୪ଶହ ୯୦ ଆକ୍ରାନ୍ତ କମ୍‌ ଚିହ୍ନଟ ହୋଇଛନ୍ତି ।

ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ଟପିଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୫୦ହଜାର ୫୪ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।