ଗତ ୨୪ ଘଣ୍ଟାରେ ଦେଶରେ ୮ହଜାର ୮୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି…

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର କିଛିଦିନ ହେବ ଦେଶରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ୮ ହଜାର ପାର୍‌ ହେଉଛି । ଗତକାଲି ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ ଆଜି ପୁଣି ଦେଶରେ ୮ହଜାର ୮୨୨ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି । କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୧୫ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୫୩ ହଜାର ଉପରେ ରହିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ।