ଗତ ୨୪ ଘଣ୍ଟାରେ ଦେଶରେ ୧୨,୮୪୭ କରୋନା ପଜିଟିଭ ଚିହ୍ନଟ

ସବୁଠାରୁ ଅଧିକ ୪,୨୫୫ ମାମଲା ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଲଗାତାର ଦ୍ୱିତୀୟ ଦିନରେ ୧୨ ହଜାର ଅତିକ୍ରମର କରିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧୨,୮୪୭ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । କାଲି ତୁଳନାରେ ଏହା ୫.୨ ପ୍ରତିଶତ ଅଧିକ । ସବୁଠାରୁ ଅଧିକ ୪,୨୫୫ ମାମଲା ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି । ଏହା ପରେ କେରଳରୁ ୩୧୪୨, ଦିଲ୍ଲୀରୁ ୧୩୨୩, କର୍ଣ୍ଣାଟକରୁ ୮୩୩ ଓ ହରିୟାଣାରୁ ୬୨୫ ମାମଲା ସାମ୍ନାକୁ ଆସିଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୮୧୭କୁ ବୃଦ୍ଧି ପାଇଛି ।