ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୭୪୩ କରୋନା ପଜିଟିଭ୍ ଚିହ୍ନଟ
ଖୋର୍ଦ୍ଧାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଜି ୩ଶହ ପାର୍ କରିଛି…
ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ୭ଶହ ଟପିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭୪୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୪୩୬ ଓ ସ୍ଥାନୀୟ ସଂକ୍ରମିତ ୩୦୭ ଥିବା ସୂଚନା ଦିଆଯାଇଛି । ସେହିପରି ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୮୭ଜଣ ସଂକ୍ରମିତ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଖୋର୍ଦ୍ଧାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଜି ୩ଶହ ପାର୍ କରିଛି ।