ଦେଶରେ ୨୪ ଘଣ୍ଟାରେ ଆଉ ୧,୦୦୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୧,୦୦୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୩୯,୦୨୩କୁ ବୃଦ୍ଧି ପାଇଛି। ସେହିପରି ଆଉ ୮୧୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୬,୨୨୮ ସୁସ୍ଥ ହୋଇ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬%। ଦୀର୍ଘ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୨୧,୭୩୭ରେ ପହଞ୍ଚିଛି। ମୃତ୍ୟୁହାର ୧.୨୧%। ଆଉ ୧୧,୦୫୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୩%। ଦିନକ ପୂର୍ବରୁ ୪,୩୪,୮୭୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୮୩,୦୮,୧୦,୧୫୭ ନମୁନା ପରୀକ୍ଷା କରାଯାଇଛି। ଦିନକ ଆଗରୁ ୧୪,୪୮,୮୭୬ ଟିକା ନେଇଥିବା ବେଳେ ମୋଟ ୧,୮୬,୨୨,୭୬,୩୦୪ ଟିକାକରଣ କରାଯାଇଛି। ଆଜି ପୂର୍ବାହ୍ନ ସୁଦ୍ଧା ୧,୩୬,୨୯୯ ଟିକାକରଣ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି