ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢିଛି ସଂକ୍ରମଣ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୫୬ଟି ନୂତନ ମାମଲା ସାମ୍ନାକୁ ଆସିଛି….

ମୁମ୍ବାଇ : ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ ୮ ହଜାର ପାର କରିଛି । ଏହି ସମୟ ମଧ୍ୟରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ ପରି ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ମହାରାଷ୍ଟ୍ରରେ ୩ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । କେବଳ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୫୬ଟି ନୂତନ ମାମଲା ସାମ୍ନାକୁ ଆସିଛି ।