୧୨ରୁ ୧୭ ପାଇଁ ‘କୋଭୋଭାକ୍ସ’ ଟିକାକୁ ମଞ୍ଜୁରୀ

୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ସୀରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ‘କୋଭୋଭାକ୍ସ’କୁ…

ନୂଆଦିଲ୍ଲୀ: ୧୨ରୁ ୧୭ ବର୍ଷ ପିଲାଙ୍କ ପାଇଁ ସୀରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ‘କୋଭୋଭାକ୍ସ’କୁ ଏନଟିଏଜିଆଇ ମଞ୍ଜୁରୀ ପ୍ରଦାନ କରିଛି । ଦେଶରେ ଭ୍ୟାକ୍ସିନ ଅଭିଯାନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଦିଗରେ ଏନଟିଏଜିଆଇ ସରକାରଙ୍କୁ ପରାମର୍ଶ ଦେଇଥାଏ । ଏନଟିଏଜିଆଇର ସୁପାରିସ ପରେ ପ୍ରସ୍ତାବ ସରକାରଙ୍କ ପାଖକୁ ଯିବ । ଏହାପରେ ଭ୍ୟାକ୍ସିନର ଜରୁରୀକାଳୀନ ଉପଯୋଗ ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିବ । ସୂଚନାଯୋଗ୍ୟ ଯେ ଭାରତରେ ମାର୍ଚ୍ଚ ୧୬ରୁ ୧୨ରୁ ୧୪ବର୍ଷ ପିଲାଙ୍କର ଟିକାକରଣ ଆରମ୍ଭ ହୋଇଯାଇଛି । ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ କୋର୍ବାଭେକ୍ସ ଭ୍ୟାକ୍ସିନ ବର୍ତ୍ତମାନ ପିଲାଙ୍କ ପାଇଁ ଉପଯୋଗ ହେଉଛି ।