ଦେଶରେ ଚିନ୍ତା ବଢାଉଛି ନୂଆ ମାମଲା

ଏହା ସହିତ କରୋନାରେ ସଂକ୍ରମିତ ହୋଇ ୩୯ ଜଣଙ୍କର ମୃତ୍ୟ ହୋଇଛି….

ନୂଆଦିଲ୍ଲୀ : ଦେଶରେ କରୋନାର ନୁଆ ମାମଲା ଅଳ୍ପ ବଢିବାର ଲକ୍ଷ୍ୟ କରାଯାଉଛି । ଦେଶରେ ୧୮ ହଜାର ୮୧୯ ଜଣ ନୂଆ ରୋଗୀ ସାମନାକୁ ଆସିଥିବା ବେଳେ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ଲୋକଙ୍କ ସଂଖ୍ୟା ୧୩,୮୨୭ ଜଣ ରେକର୍ଡକୁ ଆସିଛି । ଏହା ସହିତ କରୋନାରେ ସଂକ୍ରମିତ ହୋଇ ୩୯ ଜଣଙ୍କର ମୃତ୍ୟ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଗୁରବାର ସୁଦ୍ଧା ଦେଶରେ ୪ କୋଟି ୨୮ ଲକ୍ଷ କୋଟି ୨୨ ହଜାର ୪୯୩ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଆଜିସୁଦ୍ଧା ସମୁଦାୟ ୧ ଲକ୍ଷ ୪ ହଜାର ୫୫୫ ରେ ପହଂଚିଛି । ପ୍ରତିଦିନ ସଂକ୍ରମଣ ଦର ୪.୧୬ ପ୍ରତିଶତ ଅଛି । ଆଇସିଏମଆରଙ୍କ ରିପୋର୍ଟ ଅନୁସାରେ ଗୁରବାର ୪.୫୨ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଅଛି ।