ଉପରକୁ ଉଠୁଛି କରୋନା ଗ୍ରାଫ

ଦେଶରେ ପୁଣିଥରେ ବଢିଚାଲିଛି କୋଭିଡ-୧୯ ସଂକ୍ରମଣ….

ନୂଆଦିଲ୍ଲୀ : ଦେଶରେ ପୁଣିଥରେ ବଢିଚାଲିଛି କୋଭିଡ-୧୯ ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ କମିବା ପରେ ବଢିବା ଆରମ୍ଭ କରିଛି । ଦେଶରେ ୪ ଲକ୍ଷ ଟ୍ରେଣ୍ଡ୍‌ ପରେ ୨ ଲକ୍ଷ ଓ ପରେ ଦୁଇ ହଜାର ତଳକୁ ଖସିବା ପରେ ବର୍ତ୍ତମାନ ଦୈନିକ ସଂକ୍ରମଣ ପୁଣି ବଢିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ୩୬୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ୭୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୮୬୮୪ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୨୫ ଲକ୍ଷ ୩୩ ହଜାର ୩୭୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ।