ନୂଆଦିଲ୍ଲୀ: ସାରା ଦେଶରେ କୋଭିଡ-୧୯ ତାଣ୍ଡବ ମଚାଇବା ପରେ ଏବେ ଦେଶରେ ଦ୍ରୁତ ଗତିରେ ହ୍ରାସ ପାଉଛି ସଂକ୍ରମଣ ହାର । ସେହିପରି ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ସଂପୂର୍ଣ୍ଣ କଟକଣା କୋହଳ କରାଯାଇଥିବାବେଳେ ଆଉ କିଛି ରାଜ୍ୟରେ ଧିରେ ଧିରେ କୋଭିଡ କଟକଣା ହଟାଉଛନ୍ତି ।
ଅନ୍ୟପକ୍ଷରେ କରୋନା ସଂକ୍ରମଣ ହ୍ରାସ ପାଇବା ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଫଳରେ ଆସନ୍ତା ମାର୍ଚ୍ଚ ୩୧ରୁ ସରକାର ସମସ୍ତ ମହାମାରୀ ଆଇନ ହଟାଇବାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହି ସମୟର ସମସ୍ତଙ୍କୁ ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡିବ । ସୂଚନାଯୋଗ୍ୟ ଦେଶରେ ଗତ ୨୪ ଘଣ୍ଟାରେ ୧୭୭୮ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ସହ ଗତ ୨୪ ଘଣ୍ଟା ମଧ୍ୟରେ ୬୨ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୩ହଜାର ୮୭ ହୋଇଯାଇଛି । ସେହିପରି ଗୋଟିଏ ଦିନରେ ୬ଲକ୍ଷ ୭୭ହଜାର ୨୧୬ଜଣଙ୍କ ନମୁନା ପରୀକ୍ଷା କରାଯାଇଛି ।