କୋଭାଭାକ୍ସକୁ ଡିସିଜିଆଇର ଗ୍ରୀନ ସିଗ୍‌ନାଲ

ନୂଆଦିଲ୍ଲୀ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହୋଇଥିବା ୧୨ ବର୍ଷରୁ କମ୍‌ ବୟସ ପିଲାଙ୍କ ପାଇଁ କୋଭିଡ-୧୯ ଟିକା କୋଭାଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଗ୍ରୀନ ସିଗ୍‌ନାଲ ପ୍ରଦାନ କରିଛି । ଏହି ଟିକାର ପରୀକ୍ଷଣ ହୋଇଥିବା ବେଳେ ଏହା ୯୦ ପ୍ରତିଶତ ଫଳପ୍ରଦ ହୋଇପାରିଛି ।

ଏନେଇ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲ ଏହି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଟିକାକୁ ୧୨ରୁ ୧୭ ବର୍ଷ ବୟସ ପିଲାଙ୍କ ଠାରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି ।