ମୟୁରଭଞ୍ଜ ଜିଲ୍ଲା ରୁ ବାରିପଦା ସହର ମଧ୍ୟରୁ ୧୮ଲକ୍ଷ ଟଙ୍କାର ଧଳା ଜହର ହେଲା ଜବଦ,
ସହର ମଧ୍ୟରୁ ଲକ୍ଷାଧିକ ଟଙ୍କlର ଧଳା ଜହର ହୋଇଛି ଜବଦ । ରାଜ୍ୟ ଅବକାରୀ…
ବାରିପଦା:ସହର ମଧ୍ୟରୁ ଲକ୍ଷାଧିକ ଟଙ୍କlର ଧଳା ଜହର ହୋଇଛି ଜବଦ । ରାଜ୍ୟ ଅବକାରୀ ବିଭାଗର ୧୨ ଜଣିଆ ଟିମ ୨ ଗୋଟି ସ୍ବତନ୍ତ୍ର ଫ୍ଲାଇଙ୍ଗ ଟିମ୍ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୋମବାର ସକାଳୁ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉ ସମୟରେ ୨୦ ନମ୍ବର ୱାର୍ଡର ଶୁନଗଡିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିବାରେ ସଫଳ ହୋଇଛି ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାଡ଼,ଜବତ ହୋଇଥିବା ବ୍ରାଉନସୁଗାର ର ପରିମାଣ ୧୮୨ ଗ୍ରାମ ହୋଇଥିବା ବେଳେ,ଏହାର ଆନୁମାନିକ ମୁଲ୍ୟ ୧୮ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ପ୍ରଦାନ କରା ଯାଇଛି, ବ୍ରାଉନ ସୁଗାର ବ୍ୟବସାୟରେ ଜଡିତ ଜଣେ ମହିଳାଙ୍କୁ ଗିରଫ କରିଛି ରାଜ୍ୟ ଫ୍ଲାଇଙ୍ଗ ସ୍କ୍ୱାର୍ଡ ।
ଗିରଫ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ହାପୋ ଘଡେଇ (୩୦)। ତେବେ ଏହାକୁ ନେଇ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ଟିମ୍ ପକ୍ଷରୁ କେଶ ନମ୍ବର ୨୯୧/୨୨ ରେ ଏକ ମାମଲା ରୁଜୁ କରା ଯାଇଛି। ଗିରଫ ମହିଳାଙ୍କ ଡାକ୍ତରୀ ମାଇନା ହେବାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ସ୍ଵତନ୍ତ୍ର ବିଭାଗ ଜଣାଇଛନ୍ତି।