ଦୁଇ ନିଶା ବେପାରୀ ଗିରଫ, ସାଢ଼େ ୩ ଲକ୍ଷ ଜବତ

ଯାଜପୁର(ଏସ୍ ନ୍ୟୁଜ): ଯାଜପୁର ଜିଲ୍ଲା ପାଣିକୋଇଲିରୁ ଦୁଇ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ଉଭୟଙ୍କ ଠାରୁ ୬.୧ କେଜି ଗଞ୍ଜେଇ, ୧୩.୪୮ ଗ୍ରାମ ବ୍ରାଉନସୁଗାର ଏବଂ ୩ ଲକ୍ଷ ୫୫ ହଜାର ଟଙ୍କା ଜବତ କରିଛି ପୋଲିସ।

ସ୍ୱତନ୍ତ୍ର ଇନପୁଟ୍ ଆଧାରରେ ଜିଲ୍ଲା ପୋଲିସ ଘଟଣାସ୍ଥଳରେ ରେଡ଼୍ କରିଥିଲା। ଉଭୟ ଅଭିଯୁକ୍ତ ଖସିବାକୁ ଉଦ୍ୟମ କରୁଥିବା ବେଳେ ମାଲ୍ ସହ ପୋଲିସ ହାତରେ ଧରା ପଡ଼ିଛନ୍ତି। ଦୁଇ ଜଣଙ୍କ ନାଁରେ ପାଣିକୋଇଲି ଥାନାରେ ଏନଡିପିଏସ ଆଇନର ଧାରା 20(b)(ii)(B)/21(b) ଆଧାରରେ ପାଣିକୋଇଲି ଥାନାରେ ମାମଲା ରୁଜୁ ହୋଇଛି।

ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏହାସହ ପୋଲିସ କାରବାର ସମ୍ପର୍କରେ ଅଧିକ ଜାଣିବା ପାଇଁ ଅଧିକ ଜାଞ୍ଚ୍ ଚଳାଇଛି।