୫୦ ହଜାର ଟଙ୍କା ଲାଂଚ ନେଉଥିଲେ, ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ମଙ୍ଗଳବାର ଦିନ ଅନୁଗୁଳ ଯୋଗାଣ ବିଭାଗର ଦୁଇଜଣ କନିଷ୍ଠ ଅଧିକାରୀ ରାଜ ନାରାୟଣ ସାହୁ ଓ ଜିତେନ ପଟ୍ଟନାୟକ ୫୦ ହଜାର ଟଙ୍କାର ଲାଂଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡ଼ିଛନ୍ତି ।

ଗୋଟିଏ ଚାଉଳ କଳକୁ ବକେୟା ବାବଦ ୬୦ ଲକ୍ଷ ଟଙ୍କାର ବିଲ ମଞ୍ଜୁର କରିବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ ଅଭିଯୁକ୍ତ ସାହୁ ଓ ପଟ୍ଟନାୟକ । ଅନ୍ୟ ଉପାୟ ନପାଇ ଚାଉଳ ମିଲ ପରିଚାଳକ ଭିଜିଲାନ୍ସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।