ପତ୍ନୀକୁ ହତ୍ୟା କଲା ସାଧୁବେଶୀ ସଇତାନ ସ୍ୱାମୀ

ବୁଧବାର ଦିନ ଦିଲ୍ଲୀର ନେଭ୍ ସରାଇ ଅଂଚଳରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ । ହତ୍ୟା ଅଭିଯୁକ୍ତଙ୍କ ନାମ ପ୍ରମୋଦ । ବୟସ ପ୍ରାୟ ୬୦ ବର୍ଷ ହେବ । ଆଜକୁ ୧୦ ବର୍ଷ ତଳେ ବିହାରର ମୁଙ୍ଗେର ଅଂଚଳରେ ରହୁଥିଲା ପ୍ରମୋଦ । ପାରିବାରିକ ଝାମେଲା ଓ ନିୟମିତ ପାଟିତୁଣ୍ଡରେ ଅତିଷ୍ଠ ହୋଇ ବିବାହିତା ପତ୍ନୀ ଓ ପୁଅକୁ ଛାଡ଼ି ଦେଇ ଅନ୍ୟତ୍ର ସାଧୁବେଶରେ ରହୁଥିଲା ପ୍ରମୋଦ ।

ଘଟଣାଚକ୍ରରେ ୧୦ ବର୍ଷ ପରେ ପ୍ରମୋଦଙ୍କ ଆଖିରେ ପଡ଼ିଗଲେ କିରନ । କିରନଙ୍କୁ ଜୀବନରୁ ମାରିଦେବାର ଯୋଜନା କଲେ ପ୍ରମୋଦ । ଚଳିତ ଅଗଷ୍ଟ ପହିଲା ଦିନ ଭୋର ସମୟରେ ପ୍ରମୋଦ କିରନ ଶୋଇଥିବା ଘର ଭିତରକୁ ପଶିଗଲା । ଗୋଟିଏ ହାତୁଡ଼ି ଧରି ପତ୍ନୀଙ୍କୁ ଆକ୍ରମଣ କଲା ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବେଶ କିଛି ସମୟ ପଡ଼ି ରହିବା ପରେ କିରନଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ଭୋର ପ୍ରାୟ ୪ଟାରେ କିରନଙ୍କ ମୃତଦେହକୁ ପ୍ରଥମେ ଦେଖିଥିଲେ ତାଙ୍କ ବୋହୁ । ପୁଅବୋହୁ ଓ ନାତୁଣୀଙ୍କ ସହିତ କିରନ ନେଭ୍ ସରାଇରେ ରହୁଥିଲେ । କିରନଙ୍କ ପୁଅ ଦୁର୍ଗେଶ ବିହାରର ଦରଭଙ୍ଗା ଅଂଚଳରେ ଗୋଟିଏ ମାଇକ୍ରୋ ଫାଇନାନ୍ସ କଂପାନୀରେ କାମ କରନ୍ତି ।