ପ୍ରେମ ପାଇଁ ୩ ମହିଳାଙ୍କୁ ହତ୍ୟା କରି ଅଭିଯୁକ୍ତର ଆତ୍ମହତ୍ୟା
କାନ୍ଦିବଲି ପୋଲିସ ସମସ୍ତ ମୃତଦେହକୁ ଡାକ୍ତରଖାନା ପଠାଇଛି…
ମୁମ୍ବାଇ : ମୁମ୍ବାଇର କାନ୍ଦିବଲି ଅଞ୍ଚ଼ର ଦଲବି ହସ୍ପିଟାଲ ନିକଟରେ ଥିବା ଏକ ଘରେ ଚାରିଟି ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣକ ପ୍ରେମ ସମ୍ପର୍କରେ ତିନିଜଣ ମହିଳାଙ୍କୁ ଗଳା କାଟି ହତ୍ୟା କରି ଆତ୍ମହତ୍ୟା କରିଥିଲେ । କାନ୍ଦିବଲି ପୋଲିସ ସମସ୍ତ ମୃତଦେହକୁ ଡାକ୍ତରଖାନା ପଠାଇଛି । ପୋଲିସର ସୂଚନା ଅନୁସରେ ମୃତକଙ୍କ ନାମ କିରଣ ଦଲବି, ମୁସ୍କାର ଦଲବୀ, ଭୁମି ଦଲବି ଏବଂ ଶିବଦୟାଲ ସେନ । ଶିବଦୟାଲ ସେନଙ୍କ ପକେଟରୁ ଏକ ଆତ୍ମହତ୍ୟା ନୋଟ ମିଳିଛି । ଏହି ଚିଠିରେ ଲେଖାଯାଇଛି ଯେ, ସେ ଭୂମିଙ୍କୁ ପ୍ରେମ କରୁଥିବା ବେଳେ କିରଣ ଏବଂ ମୁସ୍କାନ ଏହାକୁ ବିରୋଧ କରିଥିଲେ । ଏହି କାରଣରୁ ସେ ଏହି ତିନି ମହିଳାଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛନ୍ତି ।