ଶ୍ରୀନଗର: ଜମ୍ମୁ-କଶ୍ମୀର ଅନ୍ତର୍ଗତ ବାରମୂଳା ଜିଲ୍ଲାର ଏକ ଥାନା ଉପରକୁ କିଛି ଅଜଣା ଆତଙ୍କୀ ବୋମାମାଡ଼ କରି ଫେରାର୍ ହୋଇଯାଇଛନ୍ତି । ବୋମାମାଡ଼ରେ କୌଣସି ଧନଜୀବନ ହାନି ଘଟି ନଥିବା କହିଛନ୍ତି ଜଣେ ପୁଲିସ ଅଧିକାରୀ ।
ସୂଚନା ମୁତାବକ ମଙ୍ଗଳବାର ରାତି ପ୍ରାୟ ସାଢେ଼ ୯ଟା ସମୟରେ ଓଲ୍ଡ ଟାଉନ୍ ଥାନାର ପଛପାଖରୁ ଏକ ବିସ୍ଫୋରଣ ଶବ୍ଦ ଶୁଣାଗଲା । ଘଟଣା କ’ଣ ଜାଣିବା ପାଇଁ କିଛି ପୁଲିସ ସଂପୃକ୍ତ ସ୍ଥାନକୁ ଧାଇଁ ଯାଇଥିଲେ । ଚାହୁଁ ଚାହୁଁ ଏକ ପୁଲିସ ଟିମ୍ ସଂପୃକ୍ତ ଅଂଚଳକୁ ଘେରାଇ କରିଥିଲା ଓ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ତେବେ କୌଣସି ଆତଙ୍କୀଙ୍କ ଟେର୍ ପାଇ ନଥିଲା ।