ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ବର୍ଷର ଶିଶୁକୁ ନିର୍ମମ ହତ୍ୟା

ମାଲକାନଗିରି, (ଏସ୍‌ ନ୍ୟୁଜ): ମାଲକାନଗିରି ଜିଲ୍ଲା ଏମଭି ୧୯ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ବର୍ଷର ନାବାଳକଙ୍କୁ ହତ୍ୟା କରାଯାଇଛି । ପରେ ଶବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରୀ । ସୂଚନାଯୋଗ୍ୟ ଯେ, ଏମଭି ୧୯ ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ ଶୁକ୍ରବାରଠାରୁ ନିଖୋଜ ଥିଲେ । ଏ ନେଇ ପରିବାର ଲୋକେ ଆଦର୍ଶ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସମୟରେ ହତ୍ୟାକାରୀ ବିକାଶ ରାୟ ନିଜେ ଥାନାରେ ଆସି ଆତ୍ମସମର୍ପଣ କରିଛି । ନାବାଳକଙ୍କୁ ହତ୍ୟା କରି ତା ମୃତଦେହକୁ କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଥିଲେ । ତେବେ ପୋଲିସ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।